ଉପାସନାର ଉପବାସ

ବିଜ୍ଞାନ ଓ ବେଦ — ଦୁଇଟି ଭିନ୍ନ ଆୟାମ, ଏକ ସତ୍ୟର ଭିନ୍ନ ପକ୍ଷର ପ୍ରମାପକ ଅଟନ୍ତି। ବିଜ୍ଞାନର ଗତି ପ୍ରତ୍ୟକ୍ଷ ଓ ଅନୁମାନ ମଧ୍ୟରେ ସୀମିତ। ବେଦ ସମଗ୍ର ଅସ୍ତିତ୍ବର ପ୍ରତ୍ୟକ୍ଷବେଦ୍ୟ ଓ ଅନୁମେୟ ଅଂଶ ଉପରେ ଆର୍ଷପ୍ରାମଣ୍ୟର ଅତିରିକ୍ତ ଭାର ଲଦେ ନାହିଁ। ସେ ଆର୍ଷଦୃଷ୍ଟିଦ୍ୱାରା ଅନ୍ୟ ଅପ୍ରତ୍ୟକ୍ଷ ଓ ଅନନୁମେୟ ଧର୍ମ ଓ ବ୍ରହ୍ମର ପ୍ରାମାଣିକ ପ୍ରତିପାଦନ କରେ। ତେଣୁ ବେଦ ପୌରୁଷେୟ ପରସ୍ପର ବିପରୀତ ଜ୍ଞାତ model ଗୁଡିକର conservation ରେ ଆଦୌ ଚେଷ୍ଟା କରେ ନାହିଁ। ସେଥିପାଇଁ ସେ ସ୍ବବିଷୟ-ପ୍ରତିପାଦନ-ସ୍ୱତନ୍ତ୍ର ଅଟେ। ବିଜ୍ଞାନ ଜ୍ଞାତ-ପରିଣାମ ଗୁଡିକର କାରଣତା ଯେତେବେଳେ ଜ୍ଞାତ ମଡେଲ୍ ର ଅତିକ୍ରମ କରୁଥିବା ଦେଖେ ସେତେବେଳେ ଅକିଞ୍ଚିତ୍କର ଭାବରେ ଅବ୍ୟାଖ୍ୟେୟ ଡାର୍କମ୍ୟାଟର ଓ ଡାର୍କ ଏନର୍ଜୀର ନାମମାତ୍ର ଜପ କରେ। ଏହା ଏକ ସଂଯୋଗ ହୋଇ ପାରେ ଯେ "ପୌରାଣିକ ଈଶ୍ୱର କୃଷ୍ଣ, ରାମ ଓ ଜଗନ୍ନାଥ ଇତ୍ୟାଦି ବର୍ଣ୍ଣଦୃଷ୍ଟ୍ୟା Dark ଅଟନ୍ତି)। ଏବଂ ଉପନିଷଦୀୟ ଈଶ୍ୱର ବା ବ୍ରହ୍ମ ଅତୀନ୍ଦ୍ରିୟ, ମନୋବାଣୀ ଅଗୋଚର ଇତ୍ୟାଦି ଭାବରେ ପରିଭାଷିତ ରୂପରେ Dark ହିଁ ଅଟନ୍ତି। ସ୍ୱୟଂ ପ୍ରକାଶ ଭାବରେ ପ୍ରକାଶପୂର୍ଣ ହୋଇଥିଲେ ମଧ୍ୟ ନିର୍ବିଶେଷଭୂମିରେ ଅଦ୍ୱୈତ ତତ୍ତ୍ୱରେ ଅନ୍ୟ reflector ଅଭାବରୁ ଅନ୍ତରୀକ୍ଷର ଆଲୋକ ପରି ଦୁର୍ବିଜ୍ଞେୟ 'Dark' ଅଟନ୍ତି। ଏହି Dark concept ବେଦ ଓ ବିଜ୍ଞାନରେ ଭିନ୍ନଭାବରେ ସ୍ଥାନିତ ଅଟେ।

ଜ୍ଞାନର ଏକାଡେମୀକରଣ ହେତୁ ଆଧୁନିକ ମନୁଷ୍ୟ ଏକ ବିଚିତ୍ର ଦ୍ୱନ୍ଦ୍ୱ ମଧ୍ୟରେ ଜୀବନ ଯାପନ କରୁଛି। ଏକ ପକ୍ଷରେ ବିଜ୍ଞାନ, ଯାହା ଦୃଶ୍ୟ ଓ ମାପଯୋଗ୍ୟ ବିଶ୍ୱକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଛି। ଅନ୍ୟ ପକ୍ଷରେ ବେଦ ଓ ଶାସ୍ତ୍ର, ଯାହା ଅତିରିକ୍ତ ଅଧିଭୂତ, ଅଧିଦୈଵ ଓ ଅଧ୍ୟାତ୍ମ ରୂପୀ ଅଦୃଶ୍ୟ ଆୟାମର ଜ୍ଞାନ ପ୍ରଦାନ କରୁଛି। ଏ ଦୁଇଟି ପରସ୍ପର ବିରୋଧୀ ନୁହେଁ — ଏକ ସତ୍ୟର ଭିନ୍ନ ସୀମାର ସ୍ୱତନ୍ତ୍ର ପ୍ରହରୀ।

ଗ୍ରହଣର ଉପବାସ ଏଠାରେ ଏକ ବିଶେଷ ଉଦାହରଣ। ଏକାଦଶୀ ଆଦି ଉପବାସ ମଧ୍ୟ ଏହି ଦ୍ୱୈତ ସତ୍ୟର ଏକ ଉଜ୍ଜ୍ୱଳ ଉଦାହରଣ। ବୈଜ୍ଞାନିକ ଦୃଷ୍ଟିରୁ ଉପବାସ autophagy ପ୍ରକ୍ରିୟାକୁ ସକ୍ରିୟ କରେ । ଏହାକୁ ଶରୀରର ସେଲ ଗୁଡିକର ପୁନର୍ନିର୍ମାଣ ରୂପକ ଆତ୍ମ-ଶୁଦ୍ଧି କୁହାଯାଇ ପାରେ। Yoshinori Ohsumi ୨୦୧୬ ସାଲରେ ଏହି ଆବିଷ୍କାର ନୋବେଲ ପୁରସ୍କାର ପ୍ରାପ୍ତ ହେଲେ। କିନ୍ତୁ ବୈଦିକ ଋଷିମାନେ ହଜାର ହଜାର ବର୍ଷ ପୂର୍ବରୁ କାଳଲିଙ୍ଗର ଆଧାରରେ ଉପବାସ ବିଧାନ ଦେଇ ସାରିଥିଲେ। ଏହା ଶ୍ରୌତ ଓ ସ୍ମାର୍ତ୍ତ ଆପ୍ତପଦ୍ଧତି ଅନୁସାରେ ବିହିତ — କେବଳ ବ୍ୟକ୍ତିଗତ ଇଚ୍ଛାଧୀନ ଆଦୌ ନୁହେଁ।

ପ୍ରଶ୍ନ ଉଠୁଛି — ଯଦି ଶାସ୍ତ୍ର ବିଧାନର ହେତୁ ଅଜ୍ଞାତ ବା dark ଅଟେ, ତାହା ବିଜ୍ଞାନ ବିରୋଧୀ କିପରି? Dark matter ର ହେତୁ ଅଜ୍ଞାତ, ତଥାପି ବିଜ୍ଞାନ ତାହାକୁ ଅସ୍ୱୀକାର ନ କରି ଅନ୍ୱେଷଣ କରୁଛି।

ଏଠି ବିଜ୍ଞାନର ସୀମା ଓ ବେଦର ଅଜ୍ଞାତ-ଜ୍ଞାପକତାକୁ ଦେଖିବାକୁ ହେବ। ବର୍ତ୍ତମାନ ବିଜ୍ଞାନ ଭୌତିକ ଜଗତର ଏକ କ୍ଷୁଦ୍ର ଅଂଶ ମାତ୍ର ଜାଣିବାରେ ସକ୍ଷମ। ବ୍ରହ୍ମାଣ୍ଡର ୯୫ ପ୍ରତିଶତ dark matter ଓ dark energy — ଅଜ୍ଞାତ। ବିଜ୍ଞାନ ଏହାକୁ placeholder ନାମ ଦେଇ ଅନ୍ୱେଷଣ ଜାରି ରଖିଛି। ବେଦ ସେ ଅଜ୍ଞାତ ଆୟାମରେ ଭିନ୍ନ ପ୍ରମାଣ ପଦ୍ଧତି ଅଟେ। ଶ୍ରୁତି, ଅନୁଭୂତି ଓ ଆପ୍ତ ବଚନ ଦ୍ୱାରା ଯାହା ଆର୍ଷତାତ୍ଵିକ ପଦାର୍ଥ ସମୁହ ଅଟେ। ତାହା ପାଇଁ ପ୍ରତ୍ୟକ୍ଷ ଓ ଅନୁମାନ ମଧ୍ୟ ଆବଶ୍ୟକସ୍ଥଳେ ଖଣ୍ଡନୀୟ ଅଟେ। ଶଙ୍କରାଚାର୍ଯ୍ୟ କହିଛନ୍ତି — "ଶ୍ରୁତିମତ୍-ତର୍କୋନୁସନ୍ଧୀୟତାମ୍" — ଶ୍ରୁତି ଆଧାରରେ ତର୍କ ଅନୁସନ୍ଧାନ ହେବା ଉଚିତ। ଏହି ନୀତି ଅନ୍ୱେଷଣାକୁ ନିରୁଦ୍ଧ ନ କରି ଏକ ନିର୍ଦ୍ଦିଷ୍ଟ ଆଧାର ଦେଉଛି।
ଅଧିଦୈବ, ଅଧିଭୂତ ଓ Configuration ମଧ୍ୟ ପରସ୍ପର ଠାରୁ ପୃଥକ ହେବା ଉଚିତ।

ଚନ୍ଦ୍ରଗ୍ରହଣ ଇତ୍ୟାଦିର ପ୍ରଭାବ ଯେଉଁଥିରେ energy fluctuation ମାପନୀୟ ହୁଏ ନାହିଁ ତାହା configuration ପରିବର୍ତ୍ତନଜନ୍ୟ ପ୍ରଭାବ ଅଟେ। ଯଜ୍ଞରୁ ଅପୂର୍ବ ଉତ୍ପନ୍ନ ହୁଏ, ଅଧିଦୈବ ସ୍ତରରେ ପ୍ରଭାବର ମୂଳ ଥାଇ ଅଧିଭୂତରେ ପରିଣାମ ପ୍ରକଟ ହୁଏ। ଏହା ମୀମାଂସା ଦର୍ଶନର ଅପୂର୍ବ ତତ୍ତ୍ୱ — ଯଜ୍ଞ ଓ ଫଳ ମଧ୍ୟରେ ଅଦୃଶ୍ୟ ସଂଯୋଗ। ଏହି ଆୟାମ ବୈଜ୍ଞାନିକ ମାପନ ଦ୍ୱାରା ବେଦ୍ୟ ହିଁ ନୁହେଁ। କାରଣ ଏହା ବିଜ୍ଞାନର ଜ୍ଞାତ ଓ ଅନୁମେୟ ଆୟାମକୁ ଅତିକ୍ରମ କରିଥାଏ।

ମୂର୍ଖ ହେତୁବାଦୀଙ୍କ ଭ୍ରାନ୍ତିକୁ ମଧ୍ୟ ଜାଣିବା ଦରକାର । ପ୍ରଥମତଃ ଓଡ଼ିଆ ହେତୁବାଦୀ ପମୂଖ ଯଥା ପ୍ରତାପରଥ ଓ ଦେବେନ୍ଦ୍ର ସୁତାରଙ୍କ କୌଣସି ବୈଜ୍ଞାନିକ ପଂକ୍ତିରେ ନାମ ସୁଦ୍ଧା ନାହିଁ। ଏମାନେ କେବଳ ପ୍ରଚାରଧର୍ମୀ TV ପ୍ରୋଗ୍ରାମର 'Fixed result debate' ରେ "season Birds" ଭଳି ଦେଖା ଦେଇଥାନ୍ତି

ଏମାନେ ହେତୁବାଦ ନାମରେ ଏକାଦଶୀ ଉପବାସ ଆଦି ଶାସ୍ତ୍ରୀୟ ବିଧିର ବିରୋଧ କରୁଛନ୍ତି। ଏହା ଜ୍ଞାତ ମଡେଲ ଭିତରର ଅସାମଗ୍ରୀକ ଓ ସୀମିତ ଦୃଷ୍ଟିର ଫଳ। ଯଦି ବ୍ରହ୍ମାଣ୍ଡର ଅଧିକାଂଶ ଅଜ୍ଞାତ ଅଟେ, ତେବେ ସମ୍ପୂର୍ଣ ଜ୍ଞାତ ମଡେଲ ଅନୁସାରେ ମଧ୍ୟ ଅଜ୍ଞାତ ଆୟାମର ବିଧାନ ଖଣ୍ଡନ କରିବା ଅବୈଜ୍ଞାନିକ। ଯଥାର୍ଥ ସତ୍ୟ ସର୍ବଦା ସ୍ୱୀକୃତ ମଡେଲ ଅତିକ୍ରମ କରି ଅଗ୍ରସର ହୋଇଥାଏ — Planck ର quantum ତତ୍ତ୍ୱ ଏହାର ପ୍ରମାଣ।

ବିଜ୍ଞାନ ଓ ବେଦ ଉଭୟ ଦର୍ଶନ ଅନ୍ତର୍ଗତ। ଉଭୟ ଅଜ୍ଞାତ ଆୟାମ ସ୍ୱୀକାର କରୁଛନ୍ତି — ଜଣେ dark ଶବ୍ଦ ଦ୍ୱାରା, ଅନ୍ୟ ଜଣେ ଅଧିଦୈବ ଓ ଅଧ୍ୟାତ୍ମ ଇତ୍ୟାଦି ଆୟାମ ଦ୍ୱାରା। ଉପାସନାର ଉପବାସ ଏହି ଦ୍ଵିବିଧ ସତ୍ୟର ସଂଗମ ସ୍ଥଳ — ଯେଉଁଠି ଶରୀର, ମନ ଓ ଆତ୍ମା ଏକ ଆୟାମରେ ଶୁଦ୍ଧ ହୁଅନ୍ତି। ଏହାର ବିରୋଧ ଅଜ୍ଞତା ହିଁ ଅଟେ। ଅନ୍ୱେଷଣା ତ ଆଦୌ ନୁହେଁ।