ୟୋଽବମନ୍ୟେତ ତେ ମୂଲେ
ହେତୁଶାସ୍ତ୍ରାଶ୍ରୟାଦ୍ଦ୍ଵିଜଃ
ସ ସାଧୁଭିର୍ବହିଷ୍କାର୍ୟୋ
ନାସ୍ତିକୋ ବେଦନିନ୍ଦକଃ।।
ଏହା ମନୁସ୍ମୃତିର ଦ୍ଵିତୀୟ ଅଧ୍ୟାୟ ଅନ୍ତର୍ଗତ ଏକାଦଶତମ ଶ୍ଳୋକ ଅଟେ। ଏଠାରେ ହେତୁବାଦ ଲକ୍ଷଣଯୁକ୍ତ ନାସ୍ତିକ ମାନଙ୍କ ଠାରୁ ଶ୍ରେୟ କାମୀ ବୈଦିକ ମାନଙ୍କୁ ପୃଥକ୍ ରହିବା ପାଇଁ ପରାମର୍ଶ ଦେଇ ଥାଏ। ଯଦ୍ୟପି ସେହି ବେଦନିନ୍ଦକ ହେତୁବାଦୀ ମାନେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ପ୍ରଭୃତ୍ତି ଉଚ୍ଚ ବର୍ଣ୍ଣର ହୋଇ ଥାନ୍ତି ତଥାପି ପରିତ୍ୟାଗ ଯୋଗ୍ୟ ଅଟନ୍ତି।
ବେଦ ଧର୍ମ ଓ ଅଧ୍ୟାତ୍ମର ପ୍ରାମାଣିକ ପ୍ରତିପାଦକ ଅଟନ୍ତି। ଧର୍ମ ଓ ଅଧ୍ୟାତ୍ମର ବେଦପ୍ରତିପାଦ୍ୟ କୌଣସି ସନ୍ଦର୍ଭ ଯଦ୍ୟପି ପ୍ରତ୍ୟକ୍ଷ ଓ ଅନୁମାନଗମ୍ୟ ନୁହେଁ ତଥାପି ତାହା ଶ୍ରେୟାର୍ଥୀ ପାଇଁ ଗ୍ରାହ୍ୟ ଅଟେ। ସମସ୍ତ ପଦାର୍ଥ ଓ ଘଟଣାର ପ୍ରତ୍ୟକ୍ଷ ଓ ଅନୁମାନ ଗମ୍ୟତା ହେବା ବିଜ୍ଞାନକୁ ମଧ୍ୟ ଗ୍ରାହ୍ୟ ନୁହେଁ। ତେଣୁ ଏପରି ସ୍ଥଳେ ପରମ ଆପ୍ତ ବେଦକୁ ପ୍ରତ୍ୟକ୍ଷ ଓ ଅନୁମାନଗମ୍ୟ ହେତୁବାଦର ମାପକାଠିରେ ଦେଖିବା ମୁର୍ଖତା ଅଟେ। ବିଜ୍ଞାନରେ ମଧ୍ୟ ଅନେକ ତଥ୍ୟ ପ୍ରତ୍ୟକ୍ଷ ଓ ଅନୁମାନ ପରିଧିରୁ ବାହାରେ ଥାଇ ମଧ୍ୟ theoretical framework ଦ୍ୱାରା ବିଜ୍ଞାନରେ ପ୍ରମେୟ ଭାବରେ ଗୃହୀତ ହୋଇ research ର ଅଂଶ ବିଶେଷ ହୋଇ ଥାନ୍ତି। ଯଥା Dark matter , Dark energy ଓ quantum effect ଇତ୍ୟାଦି।
ଅବଧୂତ ଜ୍ଞାନାନନ୍ଦ✍🏻
👁👁👁