ଚନ୍ଦ୍ରଗ୍ରହଣର ପ୍ରଭାବ

ବିଜ୍ଞାନୀ ମନ୍ୟ ହେତୁବାଦୀ ମାନଙ୍କ ମୁର୍ଖତାକୁ ପ୍ରମାଣ ମାନି ଯେଉଁ ମୂର୍ଖମାନେ ପାରମ୍ପରିକ ଗ୍ରହଣର ସୂତକ ଇତ୍ୟାଦି ମାନନ୍ତି ନାହିଁ ବିବେକୀ ମାନେ ସେମାନଙ୍କୁ ଅନୁସରଣ ନ କରନ୍ତୁ, ଏଥିପାଇଁ ବିଜ୍ଞାନ ଭିତ୍ତିକ ମୋର ଏହି ଆଲେଖ। ଚନ୍ଦ୍ରଗ୍ରହଣରେ ନ୍ୟୂଟନ୍ ଙ୍କ ଗୁରୁତ୍ଵାକର୍ଷଣ ନିୟମରେ ଆମେ କୌଣସି ପରିବର୍ତ୍ତନ ଦେଖି ନଥାଉ। F = G(m₁m₂/r²) ରେ ଗୁରୁତ୍ୱାକର୍ଷଣ ସ୍ଥିରାଙ୍କ (G) ବଦଳେ ନାହିଁ। କିମ୍ବା ଦ୍ରବ୍ୟମାନ(m)ବଦଳେ ନାହିଁ। ନିୟମର ସୂତ୍ର ଯଥାବତ୍ ଥାଏ। କିନ୍ତୁ ଗୁରୁତ୍ଵାକର୍ଷଣୀୟ ପ୍ରଭାବ ବଦଳି ଯାଏ। ଜ୍ୟାମିତୀୟ ପୁନର୍ବ୍ୟବସ୍ଥା: ସମାନ୍ୟ ସମୟରେ- ସୂର୍ଯ୍ୟ← ପୃଥିବୀ←ଚନ୍ଦ୍ର ଭିନ୍ନ ଭିନ୍ନ ଦିଶାରେ ଥାନ୍ତି। ଗ୍ରହଣ କାଳରେ ସୂର୍ଯ୍ୟ←ପୃଥିବୀ← ଚନ୍ଦ୍ର ଗୋଟିଏ ସରଳରେଖାରେ ଥାନ୍ତି। Vector Addition: ଯେତେବେଳେ ତିନିଗୋଟି ପିଣ୍ଡ ଗୋଟିଏ ସରଳରେଖାରେ ଆସୁଛନ୍ତି ସେତେବେଳେ ଗୁରୁତ୍ଵୀୟ ବଳର ପରିଣାମୀ ପ୍ରଭାବ ବଦଳି ଯାଇ ଥାଏ। Tidal effect: ଜୁଆର ଭଟ୍ଟାର ବ୍ରଭାବ ପୂର୍ଣ୍ଣିମା ଓ ଅମାବାସ୍ୟାରେ ବଦଳି ଥାଏ, ଏହା ସର୍ବଜନ ପ୍ରତ୍ୟକ୍ଷ। ଅର୍ଦ୍ଧ ଚନ୍ଦ୍ରଗ୍ରହଣ ସମୟରେ Neap tide ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ Tidal effect ରେ ମଧ୍ୟ ଅଧିକ ତୀବ୍ରତା ଦେଖାଯାଏ। Gravitational Gradient: ପୃଥିବୀର ଭିନ୍ନଭିନ୍ନ ଅଂଶରେ ଗୁରୁତ୍ଵୀୟ ଆକର୍ଷଣ ଭିନ୍ନ ଭିନ୍ନ ହୋଇ ଥାଏ। ଏହା ଗ୍ରହଣ ସମୟରେ ପୁନଃ ବିକେନ୍ଦ୍ରିତ ହୋଇ ଥାଏ। ଆଇନଷ୍ଟାଇନଙ୍କ Theory of relativity ଅନୁସାରେ space time curvature କୁ ମଧ୍ୟ ଲକ୍ଷ୍ୟକଲେ ଜାଣିବା ଯେ ତିନିଗୋଟି ଦ୍ରବ୍ୟମାନର ରୈଖିକ ବ୍ୟବସ୍ଥା ଦ୍ୱାରା space time ର ସୂକ୍ଷ୍ମ ଜ୍ୟାମିତୀୟ ପରିବର୍ତ୍ତନ ଘଟେ। ଆଧୁନିକ ଅନୁସନ୍ଧାନ ଅନୁସାରେ ଦ୍ରବ୍ୟମାନଗୁଡିକର ଗତିଦ୍ୱାରା ଗୁରୁତ୍ଵୀୟ ତରଙ୍ଗ ମାନେ ବାହାରି ଥାନ୍ତି। ଗ୍ରହଣ ସମୟରେ ଏହାର ନିୟମିତ ପାର୍ଟନ୍ ରେ ପରିବର୍ତ୍ତନ ଆସି ଥାଏ। ସମୁଦ୍ରର ଜଳଚର ପ୍ରାଣୀଙ୍କ ଉପରେ ଚନ୍ଦ୍ରଗ୍ରହଣ ଓ ସୁର୍ଯ୍ୟପରାଗର ସ୍ପଷ୍ଟ ପ୍ରଭାବ ଉପରେ ଅନେକ ବୈଜ୍ଞାନିକ ତଥ୍ୟ ବିଦ୍ୟମାନ। ମନୁଷ୍ୟ ଶରୀର ମଧ୍ୟ ଜଳବହୁଳ ଅଟେ। ତେଣୁ ଏହାର ସୂକ୍ଷ୍ମ ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ସେଥିପାଇଁ ଉପବାସ ହିଁ ଏକ ଉଚିତ ବ୍ୟବସ୍ଥା ଅଟେ।