ଚନ୍ଦ୍ରଗ୍ରହଣର ଜ୍ୟୋତିଷ:
ଭତ୍ରିପାଦାନ୍ତରେ ରାହୋଃ
କେତୋର୍ଵା ସଂସ୍ଥିତୋ ରବିଃ।
ଚତୁଷ୍ପାଦାନ୍ତରେ ଚନ୍ଦ୍ର-
ସ୍ତଦା ସମ୍ଭାବ୍ୟତେ ଗ୍ରହଃ।।
ଯେଉଁ ନକ୍ଷତ୍ରରେ ରାହୁ ବା କେତୁ ଥାନ୍ତି ସେହି ନକ୍ଷତ୍ରର ତ୍ରିପାଦ ମଧ୍ୟରେ ଯଦି ସୂର୍ଯ୍ୟ ଥାଏ ତେବେ ସୂର୍ଯ୍ୟଗ୍ରହଣ ହୁଏ। ଏହିପରି ରାହୁଯୁକ୍ତ ବା କେତୁଯୁକ୍ତ ନକ୍ଷତ୍ରର ଚତୁଷ୍ପାଦ ମଧ୍ୟରେ ଯଦି ଚନ୍ଦ୍ର ଥାଏ ତେବେ ଚନ୍ଦ୍ରଗ୍ରହଣ ହୋଇ ଥାଏ।
ମୂର୍ଖ ହେତୁବାଦୀ ମାନେ ଏହି ଚନ୍ଦ୍ରଗ୍ରହଣର ଧାର୍ମିକ କୃତ୍ୟକୁ ଅବୈଜ୍ଞାନିକ କହି ହିନ୍ଦୁମାନଙ୍କୁ ଖ୍ରୀଷ୍ଟିୟାନ୍ କରିବା ପାଇଁ ବା କମ୍ୟୁନିଷ୍ଟ କରିବା ପାଇଁ ବିଜ୍ଞାନ ନାମରେ ଉତ୍ପାତ କରିବା ଦେଖା ଯାଏ। ଚନ୍ଦ୍ରଗ୍ରହଣ ଏକ ଖଗୋଳୀୟ ଘଟଣା । ଆଧୁନିକ ବିଜ୍ଞାନର ଖଗୋଳର ଜନ୍ମର ବହୁ ପୂର୍ବରୁ ବେଦାଙ୍ଗ ଜ୍ୟୋତିଷ ପ୍ରତିଷ୍ଠିତ। ତଥା ସେଥିରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟଗ୍ରହଣର ଗଣିତ ବିଶ୍ବର ସମସ୍ତ ପ୍ରାଚୀନ ସ୍ୱଭ୍ୟତାର ଖଗୋଳୀୟ ଗଣିତ ଠାରୁ ଅଧିକ ଅଭ୍ରାନ୍ତ ଓ ଅଧିକ ପ୍ରାଚୀନ। ଏହାର କୌଣସି ସିଧା ଭୌତିକ ପ୍ରଭାବ ବିଷୟରେ ଯେହେତୁ ଧର୍ମଶାସ୍ତ୍ରରେ କିଛି କୁହାଯାଇ ନାହିଁ ତେଣୁ ଏହାର ଧାର୍ମିକ କୃତ୍ୟ ବିଜ୍ଞାନ ଦ୍ୱାରା ଖଣ୍ଡନୀୟ ନୁହେଁ।
ବିଜ୍ଞାନ ଦୃଷ୍ଟିରୁ ଏତିକି କୁହାଯାଇ ପାରେ ଯେ ଯେହେତୁ ଏହାର ପ୍ରଭାବରେ ଭୌତିକ ଊର୍ଜାର କୌଣସି ବିଚଳନ ଦେଖା ଯାଉନାହିଁ ତେଣୁ ଏଥିପାଇଁ କୌଣସି ଉପବାସ ଆଦି ନିଷେଧାତ୍ମକ କାର୍ଯ୍ୟର ପୃଥକ ଉପଯୋଗିତା ନାହିଁ। ଆଧୁନିକ ବିଜ୍ଞାନ (NASA) କହୁଛି — କୌଣସି ସିଧା ଭୌତିକ ମାପନୀୟ କ୍ଷତି ନାହିଁ, କେବଳ ପଶୁପକ୍ଷୀ ସାମାନ୍ୟ ପ୍ରଭାବିତ ହୁଅନ୍ତି। ତେଣୁ ଉପବାସ, ଦାନ, ସ୍ନାନ, ଜପ ବିଜ୍ଞାନ ଦ୍ୱାରା ଖଣ୍ଡନ ହୋଇପାରିବ ନାହିଁ। ଏଗୁଡ଼ିକ ମନର ଶୁଦ୍ଧି, ଆଧ୍ୟାତ୍ମିକ ଉନ୍ନତି ଓ ଆଧିଦୈବିକ କ୍ରମର ଉନ୍ନତି ପାଇଁ ଉଦ୍ଦିଷ୍ଟ।
ତଥାପି ହେତୁବାଦୀ ମାନଙ୍କ କମ୍ୟୁନିଷ୍ଟ ଏଜେଣ୍ଡାର ଦମନ ପାଇଁ ମୁଁ ପ୍ରଥମେ ଉଚିତ ବୈଜ୍ଞାନିକ ପକ୍ଷ ପ୍ରତି ଦୃଷ୍ଟି ଆକର୍ଷଣ କରିବି। ସମାନ ଗତିକ ବାୟୁ ଯଦି କ୍ରମଶଃ ବିଭିନ୍ନ ଦିଶାରୁ ବହେ ତେବେ ସେଠାରେ କାଇନେଟିକ୍ ଊର୍ଜା ସମାନ ରହେ କିନ୍ତୁ ଭିନ୍ନ ଭିନ୍ନ ଦିଶାରୁ ବହୁଥିବା ବାୟୁ ଭିନ୍ନ ଭିନ୍ନ ଅନୁଭବ ପ୍ରଦାନ କରେ। ଏହା ମନୁଷ୍ୟ ଓ ପଶୁପକ୍ଷୀ ମାନଙ୍କ କ୍ଷେତ୍ରରେ ସମାନ । ପରିବର୍ତ୍ତନ ପାଇଁ ନୂତନ ମାପନୀୟ ଊର୍ଜାକ୍ଷୋଭ ଆବଶ୍ୟକ ହିଁ ନାହିଁ। କେବଳ ବିନ୍ୟାସ ଭେଦ (configuration difference) ହିଁ ଯଥେଷ୍ଟ। ଚନ୍ଦ୍ରଗ୍ରହଣ କାଳରେ ଘଟିତ ପ୍ରକାଶର ବିନ୍ୟାସ ଭେଦ ହିଁ ଅଧିଦୈଵରେ ଭିନ୍ନ ଫଳକ ହୋଇ ଥାଏ।