ମାନବର ଜନ୍ମ ବର
ଜଗତ ଯାକରେ।
କିନ୍ତୁ ଏହା କି ନିୟତ
ମାନବ ଯା' କରେ।।୧
ଉପାର୍ଜନ-ଉପଭୋଗ-
ଭାଗ୍ୟ-କାରାଗାରେ
ଛନ୍ଦା-ହାତ-ପାଦ, ସେ କି
ଯାଇ ପାରେ ପାରେ।।୨
ନିୟତିର ବାଧ୍ୟତାର
ହୃଦୟ ବିଦାରି
ଯିବାକୁ ହେବ ଅସ୍ତିତ୍ବ-
ସୀମାର ସେପାରୀ।।୩
ପଶୁତ୍ୱ-ନିୟତି-ବତ
ଗତି ଯାର ସ୍ଥିର।
ବୃତ୍ତିକାରାଗାର ମଧ୍ୟେ
ମାତ୍ର ଚିନ୍ତା-ବୀର।।୪
କାରଣ ଓ ପରିଣାମ
ଚିନ୍ତନର ପାଠ।
ପଢୁ ଅଛି ଚ୍ଛିନ୍ନମୂଳ
ଅରଣ୍ୟର କାଠ।।୫
ଅବଧୂତ! ହେ! ସାର୍ଥକ
ସେ ମାନବ ଆଖି।
ଦେଖୁ ଥାଇ ପାରେ ଯଦି
ଅସ୍ତିତ୍ବ ଉପେକ୍ଷି।।୬