ଜ୍ୟୋତିଷ ଓ ବିଜ୍ଞାନ

ବିଜ୍ଞାନ ଅନୁସାରେ space time ଭିତରେ ହିଁ ସାମଗ୍ରିକ କାର୍ଯ୍ୟକାରଣାତ୍ମକ ବସ୍ତୁ, ବ୍ୟକ୍ତି ଓ ଘଟଣା ବିଦ୍ୟମାନ। ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଏସବୁ ଅନେକ repetitive ଓ ପ୍ରାରସ୍ପର ସାଦୃଶ୍ୟଯୁକ୍ତ। ବିଜ୍ଞାନ ମଧ୍ୟ repetition ଓ ସାଦୃଶ୍ୟର ଆଧାରରେ ପ୍ରତିଷ୍ଠିତ। ଯଦି ସମସ୍ତ ବସ୍ତୁ, ବ୍ୟକ୍ତି ଓ ଘଟଣା space tifme fabric ମଧ୍ୟରେ ହିଁ ଅସ୍ତିତ୍ବ ସମ୍ପନ୍ନ ଅଟନ୍ତି ତେବେ ବସ୍ତୁ, ବ୍ୟକ୍ତି ଓ ଘଟଣା ଗୁଡିକୁ ସିଧା ଆମେ ସମୟ ସହିତ ସମ୍ବନ୍ଧିତ କରି ପାରିବା। କାରଣ time ଠାରୁ spase ଅଭିନ୍ନ ଅଟେ। ଏହି ଠାରେ ହିଁ ଆମେ ସମସ୍ତ କାଳିକ ଭବିଷ୍ୟବାଣୀର ମୌଳିକ ସୂତ୍ର ଟି ପାଇ ପାରୁ। ଯାହାକୁ ପ୍ରାଚୀନ ଭାଷାରେ ଜ୍ୟୋତିଷତତ୍ତ୍ୱ ବୋଲି କୁହାଯାଏ। କାଳର ସୂକ୍ଷ୍ମ ଜ୍ଞାନ ବ୍ୟକ୍ତି, ବସ୍ତୁ ଓ ଘଟଣା ସହିତ ଜଡିତ ହୋଇ ଅତୀତ ଓ ଭବିଷ୍ୟତକୁ ପ୍ରତ୍ୟକ୍ଷ କରାଇ ପାରେ।

ଆମେ ସାଧାରଣ ଜୀବନରେ ଯେଉଁ କାଳଜ୍ଞାନକୁ ବ୍ୟବହାର କରି ଥାଉ ତାହା ଅତି ଅଳ୍ପ। ତାହା ଦ୍ୱାରା ଆମେ ପାଣିପାଗ ସମ୍ବନ୍ଧିତ ଭବିଷ୍ୟବାଣୀ କରି ଥାଉ। ବସ୍ତୁ ବା ବଦାର୍ଥର ପରିଣାମର ଭବିଷ୍ୟବାଣୀ କରି ଥାଉ। ରୋଗର ଉପଶମ ବା ଭୟାବହତା ବିଷୟରେ ପୂର୍ବାନୁମାନ କରିପାରୁ। ଆମ କାଳନିରୂପଣ ପଦ୍ଧତି ପ୍ରାଚୀନ ପୃଥିବୀ କେନ୍ଦ୍ରିକ ଗ୍ରହନକ୍ଷତ୍ରର ଗତି ସମ୍ବନ୍ଧିତ ହେଉ ଅଥବା ଆଧୁନିକ ସୌରକେନ୍ଦ୍ରିକ ଖାଗୋଳୀୟ ସମୟ ଜ୍ଞାନ ହେଉ ପରିଣାମତଃ କାଳର ବିଭାଗୀୟ ଜ୍ଞାନ ପାଇଁ ଉଭୟ ସମାନ। କିନ୍ତୁ ଏହା ଠାରୁ ମଧ୍ୟ ଅଧିକ ସୂକ୍ଷ୍ମ କାଳର ଆୟାମ ଗୁଡିକ ଅଛି ଯାହା ବିଜ୍ଞାନ ଓ ନିୟତିବାଦୀ ଜ୍ୟୋତିଷ ଜ୍ଞାନ ଠାରୁ ମଧ୍ୟ ବହୁ ଉର୍ଦ୍ଧ୍ବରେ।

ନିୟତିବାଦୀ ଜ୍ୟୋତିଷ ଅନୁସାରେ କାଳ ସହିତ ଘଟଣାର ସମ୍ବନ୍ଧ ଅପରିହାର୍ୟ୍ଯ। ତେଣୁ କୌଣସି ପରିସ୍ଥିତିର ପ୍ରତିକାର ସମ୍ଭବ ନୁହେଁ। କେବଳ କାଳର ଆନୁକୂଲ୍ୟ ଦେଖି କାର୍ଯ୍ୟ କଲେ ହିଁ ଅଭିଷ୍ଟ ସିଦ୍ଧି ହୁଏ। ପ୍ରତିକାରବାଦୀ ଜ୍ୟୋତିଷ ଅନୁସାରେ ଘଟଣାର ଅନେକାଂଶରେ ପ୍ରତିକାର କରାଯାଇ ପାରେ। ସେହି ପ୍ରତିକାର ମଧ୍ୟ ସର୍ବାଂଶରେ ସମ୍ଭବ ନୁହେଁ। ଅନ୍ୟଥା କୃତକତ୍ଵ ହିଁ ସର୍ବୋପରି ହେଲେ ପ୍ରାକୃତିକ ସ୍ଥିରତା ସର୍ବଥା ବିପନ୍ନ ହେବ।

ଏସବୁ ସତ୍ତ୍ୱେ ଆମେ ଯଦି ସବୁକିଛି କାଳସମ୍ବନ୍ଧିତ ବୋଲି ଧରି ନେଉ ତେବେ ବିଶ୍ୱଟା automatic flip book ଭଳି କାର୍ଯ୍ୟରତ ବୋଲି ଧରି ନେବାକୁ ହେବ। ଘୋର ଅନିବାର୍ଯ୍ୟ ଜଡତା ବା ଚକ୍ରକ ନିରାନ୍ତରତା ଭିତରେ ସୀମିତ ହୋଇ ଥିବା ଅସ୍ତିତ୍ବରେ କୈଣସି ନବୋନ୍ମେଷ ବା ସମ୍ଭାବିତ କ୍ରାନ୍ତି ସମ୍ଭବ ହେବ ନାହିଁ।

ତଥାପି କାଳବାଧ୍ୟତାରୁ ମୁକ୍ତ ହେବା ଏକ ସହଜ ଘଟଣା ନୁହେଁ। ସେଥିପାଇଁ କାଳର ଜ୍ଞାତ ସ୍ୱରୂପର ଅତିକ୍ରମଣ କରି ସହିତ ଅଗମ୍ୟ ଆୟାମଗୁଡିକୁ ଜାଣିବାକୁ ହେବ। ଏବଂ ସେହି ଅଗୋଚର କାଳିକ ଆୟାମ ଗୁଡିକ କିପରି ଜ୍ଞାତକାଳ ସହିତ ଛନ୍ଦାଛନ୍ଦି ହୋଇ କ୍ରିୟାର ସମ୍ବାବିତ ନିଶ୍ଚିତ ପରିଣାମ ଗୁଡିକୁ ତୁରନ୍ତ ବଦଳେଇ ଦିଅନ୍ତି ତାହା ବୁଝିବାକୁ ହେବ। ତଥାପି ତାହା ମଧ୍ୟ ସେହି ଜଡଚକ୍ରିତ ମହାକାଳିକ ଆୟମର ଭିନ୍ନ ଏକ ପକ୍ଷ। ଏହା ପରେ ସମ୍ପୂର୍ଣ୍ଣ କାଳଚକ୍ରକୁ ଯେଉଁ ଭୂମିରୁ ତଟସ୍ଥ ଭାବରେ ଦେଖି ହୁଏ ତାହା ମହାକାଳ ଭୂମି। ସେଠାରେ ଏହି ପରସ୍ପର ବିପରୀତ ଓ ପରସ୍ପର ସହଯୋଗୀ କାଳଭୂମିର ଅନୁଗ୍ରାହକ ଓ ନିୟନ୍ତ୍ରକ ଚୈତନ୍ୟ-ପରମେଶ୍ବରଙ୍କ ଭୂମି ଭୂମି ବିଦ୍ୟମାନ। ତାହା ହିଁ ମାର୍କଣ୍ଡେୟଙ୍କ ଦ୍ୱାରା ଲବ୍ଧ ଭୂମି ଅଟେ । ଯେଉଁଠି କାଳର ସମସ୍ତ ପ୍ରଭୁତ୍ୱର ପରିସମାପ୍ତି ଅଟେ।