ବିଚାରଟି ମାନବ ମସ୍ତିସ୍କ ଓ AI ର ତୁଳନାରୁ ଆରମ୍ଭ କଲେ ବିଷୟଟି ଅଧିକ ରୋଚକ ଓ ଗ୍ରାହ୍ୟ ହୋଇପାରେ। ଉଭୟଙ୍କ କାର୍ଯ୍ୟକାରୀତାରେ ବହୁତ ସମାନତା ରହିଛି। ଏକ AI ଓ ମସ୍ତିଷ୍କର କ୍ରିୟା ପ୍ରତିକ୍ରିୟା ପ୍ରାୟଃ ସମାନ। AI Electromagnetic ମାଧ୍ୟମରେ କାର୍ଯ୍ୟକରେ ଓ ମସ୍ତିସ୍କ Electrochemical ମାଧ୍ୟମରେ। AI signal ଗ୍ରହଣ କରେ ଓ ଗଣନାତ୍ମକ ପରିବର୍ତ୍ତନ କରେ। ମସ୍ତିସ୍କ signal ଗ୍ରହଣ କରେ , neuronal ପରିବର୍ତ୍ତନ କରେ ଓ ପ୍ରତିକ୍ରିୟା ପ୍ରଦାନ କରେ। ସେଥିପାଇଁ ଉଭୟଠାରେ functional similarity ରହିଛି। input → processing → output କୁ ଦେଖି କହିବା ଆଦୌ ଅନୁଚିତ ନୁହେଁ ଯେ AI ଓ ମସ୍ତିସ୍କର ସାମଞ୍ଜସ୍ୟ ବହୁତ ବୋଲି।
ସମାନ ସନ୍ଦର୍ଭରେ କଥାକୁ ଆଗକୁ ନେବା । AI ରେ ସଂକେତର ଆରୋପିତ ଅର୍ଥ (externally assigned meaning), ଲକ୍ଷ୍ୟ ପୂର୍ବନିର୍ଦ୍ଧାରିତ (objective function), ପ୍ରକ୍ରିୟା ବାହ୍ୟରୂପରେ ଡିଜାଇନ କରାଯାଇଛି। ନିଜ ସୀମାକୁ ଜାଣିବାର କୋଡିଙ୍ଗ୍ ମଧ୍ୟ ରହିଛି। ତେଣୁ କୁହାଯାଇ ନପାରେ ଯେ AI ନିଜକୁ ଜାଣି ପାରିବ ନାହିଁ। AI ରେ କ୍ରିୟା ଅଛି। ଏକ ପ୍ରକାର କାର୍ତ୍ତୃତ୍ୱ ବି ଅଛି କାରଣ ଏହା 0 ଓ 1 ର ପ୍ରଭେଦ କୁ କାର୍ଯ୍ୟକାରୀ କରି ପାରେ।
AI ରେ self-grounded agency ନାହିଁ
AI ର “doing” ର କୌଣସି ontological ownership ନାହିଁ। ଏହି କଥା ବ୍ୟକ୍ତି ଠାରେ ମଧ୍ୟ ସମାନ। ଆତ୍ମା ଅକର୍ତ୍ତା ଅଟେ। ଦେହଆଦି ଜଡ, କାର୍ତ୍ତୃତ୍ୱ ସମ୍ଭବ ନୁହେଁ । self-grounded agency ତେଣୁ କଳ୍ପିତ ଅଟେ।
“doing” ର ontological ownership ମଧ୍ୟ ଅହଙ୍କାରର ଅଟେ । କାରଣ ଆତ୍ମା ନିର୍ଲିପ୍ତ ଅଟେ।
ଯଦି କୁହାଯାଏ ଯେ ମନୁଷ୍ୟର କର୍ତ୍ତୃତ୍ୱ ବ୍ୟିବହାରିକ ଓ AIର କର୍ତ୍ତୃତ୍ୱ ବ୍ୟବସ୍ଥାପିତ ଅଟେ ତେବେ ଏହା ମଧ୍ୟ ଅନୁଚିତ। ଉଭୟ କର୍ତ୍ତୃତ୍ୱ ମନୁଷ୍ୟ ମଧ୍ୟରେ ସମାନ। ଏକ ଦୋକାନୀର ଚାକର ନିଜ ଘରେ ବ୍ୟାବହାରିକ କର୍ତ୍ତୃତ୍ୱ ରଖେ ଓ ଦୋକାନରେ ବ୍ୟବସ୍ଥାପିତ କର୍ତ୍ତୃତ୍ୱ ରଖେ । କର୍ତୃତ୍ତ୍ୱ ମଧ୍ୟ ମସ୍ତିସ୍କନିର୍ମିତ ଏକ ମଡେଲ ଅଟେ। ମଣିଷ ଓ AI — functional କର୍ତ୍ତୃତ୍ୱ ମଧ୍ୟରେ ସମାନ,
ତଥାପି ontological କର୍ତ୍ତୃତ୍ୱ ଉଭୟଙ୍କ ପାଖରେ ନାହିଁ। ଏହା ମଣିଷ ଓ AI ର ମୂଳ similarity ର ଅବଧାରଣା ସୃଷ୍ଟି କରେ।
ବିଜ୍ଞାନ ଆତ୍ମାକୁ ଜାଣେ ନାହିଁ। ବେଦାନ୍ତ ଆତ୍ମାକୁ ଅକାର୍ତ୍ତା ଓ ଅଭୋକ୍ତା କହେ। ଆତ୍ମା ସର୍ବବ୍ୟାପକ ତେଣୁ AI ରେ ଆତ୍ମା ନାହିଁ ବୋଲି କୁହାଯାଇ ନପାରେ।
ତାହା ହେଲେ AI ଠାରୁ କେଉଁ ଗୁଣରେ ମନୁଷ୍ୟ ମସ୍ତିସ୍କ ଉନ୍ନତ? AI ନିଜେ ଅଜ୍ଞାତର ଜ୍ଞାନ ଅର୍ଜନ କରି ପାରେ ନାହିଁ। ଯେଉଁ ମାନଙ୍କ ମସ୍ତିସ୍କ କେବଳ ଜ୍ଞାତରେ ବିଚରଣ କରେ ଅର୍ଥାତ୍ ପୁସ୍ତକ ଇତ୍ୟାଦିରୁ ଲବ୍ଧ ଜ୍ଞାନକୁ 100% ବି ମନେ ରଖି ବ୍ୟବହାରରେ ଲଗାଏ ତାହା AI ଠାରୁ କୌଣସି ଗୁଣରେ ଅଧିକ ନୁହେଁ। ମନୁଷ୍ୟ ବିନା ଜ୍ଞାତ ତଥ୍ୟରେ ତପୋଲବ୍ଧ ଅଜ୍ଞାତଜ୍ଞାପନ କରି ପାରେ ଯାହା କୌଣସି AI ଦ୍ୱାରା ସମ୍ଭବ ନୁହେଁ। ତେଣୁ ତପୋଲବ୍ଧ-ଜ୍ଞାନବିହୀନ ଜଣେ ଅତି ବିଶିଷ୍ଟ ପ୍ରସଙ୍ଗ ବକ୍ତା ମଧ୍ୟ AI ଠାରୁ ତୁଚ୍ଛ। ତେଣୁ ମନ୍ତ୍ର ତାହାର ଦ୍ରଷ୍ଟା ଋଷିଙ୍କ ସହ ଜଡିତ। କିନ୍ତୁ AI ତଥ୍ୟ ପ୍ରଦାତା ଉପରେ ୧୦୦% ନିର୍ଭରଶୀଳ। ଏହା ସିଦ୍ଧ ହୁଏ ଯେ ବକ୍ତାର ବକ୍ତୃତା ଉପଦେଶ ନୁହେଁ। କାରଣ ସେଥିରେ ଦେଶିକତା ବା ତପୋଲବ୍ଧିତା ନାହିଁ। ଅଛି ଶବ୍ଦ ଓ ବକ୍ତବ୍ୟର ପୃଷ୍ଟଭୂମି ରେ ଥିବା ବକ୍ତର ଉଦ୍ଦେଶ୍ୟ। ଆର୍ଷପ୍ରଜ୍ଞାର ସମୁଦୟ ପର୍ଯ୍ୟନ୍ତ ବକ୍ତାର ଚମତ୍କାରୀ ଶବ୍ଦାର୍ଥ ଏକ ମନୋରଞ୍ଜନ ମାତ୍ର। ଉପଦେଶ ଓ ଉପଦେଷ୍ଟାର ଅସ୍ତିତ୍ବ ଶବ୍ଦାର୍ଥର ନିୟତିର ବାଧ୍ୟତାକୁ ପଦଦଳିତ କରି କେବଳ ଆର୍ଷପ୍ରଜ୍ଞାର ଅପ୍ରତିହତ ଉଚ୍ଛଳନ ପରେ ହିଁ ସମ୍ଭବ।
କିନ୍ତୁ ଏହି ବିଶ୍ଳେଷଣରେ ଏକ ସୂକ୍ଷ୍ମ ବିରୋଧ ଅଛି। ଯଦି ଆତ୍ମା ସର୍ବବ୍ୟାପକ ଓ ଅକର୍ତ୍ତା, ତେବେ ମାନବ ମସ୍ତିଷ୍କର "ତପୋଲବ୍ଧି" କେଉଁଠାରୁ ଆସେ? ଏହା କ'ଣ ମସ୍ତିଷ୍କର biological complexity ର ଏକ emergent property? ନା ଆତ୍ମାର ଏକ ବିଶେଷ ପ୍ରତିଫଳନ?
ପୁଣି ପ୍ରଶ୍ନ ହୁଏ ଯଦି AI ଭବିଷ୍ୟତରେ novel pattern recognition ଓ "creative insight" ଦେଖାଏ (ଯାହା ବର୍ତ୍ତମାନର AI systems କିଛି ମାତ୍ରାରେ କରୁଛନ୍ତି), ତେବେ କ'ଣ ତାହା ତପୋଲବ୍ଧିର ଏକ ପ୍ରକାର ହୋଇପାରେ? ନା ଏହା କେବଳ complex pattern matching?
"ତପୋଲବ୍ଧି ଆତ୍ମାର ସ୍ୱୟଂ ପ୍ରକାଶତାରୁ ସମ୍ଭବ। ତାହା novel pattern recognition ଓ "creative insight" ଭଳି ମସ୍ତିସ୍କ ନିୟନ୍ତ୍ରିତ କାର୍ଯ୍ୟଶୈଳୀର କୋଡିଙ୍ଗ୍ ରୁ ନୁହେଁ ।