ଜଣେ ବେଶଧାରୀ ଉପଦେଶ ଦେଉଥିଲା ଯେ ଅହଂକାରର ତ୍ୟାଗ ହିଁ ମହତ୍ତ୍ୱପୂର୍ଣ୍ଣ କଥା। ଅହଂକାରର ତ୍ୟାଗ ଦ୍ୱାରା ମୋକ୍ଷ ମିଳିଯିବ। ଏହି କଥାର ସତ୍ୟତା ପରୀକ୍ଷା କରିବା।
ଅହଙ୍କାର ଶରୀର, ସ୍ମୃତି, ଅନୁଭବ ଓ ସାମାଜିକ ମାନ୍ୟତାର ଅସ୍ଥାୟୀ ସଂଯୋଜନ ଅଟେ। ଏହା କୌଣସି ବସ୍ତୁଭୂତ ତତ୍ତ୍ୱ ହିଁ ନୁହେଁ। ବସ୍ତୁତଃ ଏହା କାର୍ଯ୍ୟାତ୍ମକ ଭ୍ରମ (functional construct) ଅଟେ।
ଶରୀର→ ଜୈବିକ ଯନ୍ତ୍ର
ଅନୁଭବ→ନ୍ୟୂରାଲ୍ ଟ୍ରେସେସ୍
ସମ୍ପତ୍ତି ଓ ପ୍ରତିଷ୍ଠା →ସାମାଜିକ ଅନୁବନ୍ଧ
'ମୁଁ' → ଭାଷାଗତ ସଙ୍କେତ (linguistic index)
ଏହି ସମସ୍ତର ମିଶ୍ରଣର କୌଣସି ସ୍ୱତନ୍ତ୍ର ସତ୍ତା ଉତ୍ପନ୍ନ ହୁଏ ନାହିଁ।
ବ୍ରହ୍ମାଣ୍ଡୀୟ ପରିପ୍ରେକ୍ଷାରେ ଅହଂକାରର ମୂଲ୍ୟ ଶୂନ୍ୟ ଅଟେ।
ବ୍ରହ୍ମାଣ୍ଡର ଆୟୁ ≈ ୧୩.୮ ଅର୍ବ ବର୍ଷ ଅଟେ
ପୃଥିବୀର ଜୀବନ ≈ ୩.୮ ଅର୍ବ ବର୍ଷ
ମାନବ ପ୍ରଜାତି ୩ ଲକ୍ଷ ବର୍ଷ
ବ୍ୟକ୍ତିଗତ ଜୀବନ ହାରାହାରି ୭୦-୮୦ ବର୍ଷ
ଏବେ କୁହ ଏକ ବ୍ରହ୍ମାଣ୍ଡୀୟ କାଳଖଣ୍ଡରେ ବ୍ୟକ୍ତିର 'ମୁଁ' ର ମୂଲ୍ୟ କେତେ! ଅତି ନଗଣ୍ୟ ହିଁ ଅଟେ। ଶୂନ୍ୟ ଠାରୁ ମଧ୍ୟ ନଗଣ୍ୟ। ଶୂନ୍ୟର ତ୍ୟାଗରେ କେଉଁ ମହତ୍ତ୍ୱ ଥାଏ।
ଅହଙ୍କାରର ଅସ୍ତିତ୍ୱର ଜୀବତାତ୍ତ୍ଵିକ ମୂଲ୍ୟ କଣ? ଏହାର କୌଣସି ଅନ୍ତର୍ନିହିତ (intrinsic) ମୂଲ୍ୟ ମଧ୍ୟ ନାହିଁ। ଜୈବିକ ଦୃଷ୍ଟିରେ-
ମନୁଷ୍ୟ=କାର୍ବନ-ଆଧାରିତ ସ୍ୱୟଂ-ପ୍ରଜନନ-ଶୀଳ ଊର୍ଜାଉପଭୋଗୀ ଯନ୍ତ୍ର ଟିଏ।
କୌଣସି teleology ପୂର୍ଵନିୟତ ଉଦ୍ଦେଶ୍ୟ ନାହିଁ। କେବଳ survival+ replication +
adaptation ଅର୍ଥାତ୍ ମନୁଷ୍ୟର ଅସ୍ତିତ୍ବ କାର୍ଯ୍ୟାତ୍ମକ ଅଟେ, ମୁଲ୍ୟାତ୍ମକ ନୁହେଁ।
ଏବେ ଅହଂ ଅନୁଭବର ସ୍ଥାନ ମସ୍ତିଷ୍କ ଉପରକୁ ଯିବା।
ମସ୍ତିଷ୍କ ୧.୩–୧.୪ kg ର ଏକ ଜୈବିକ ଉତ୍ତକ ଅଟେ।
ନ୍ୟୁରୋନ୍ସ୍ ≈ 86 ଅର୍ବ
ଚେତନା=emergent phenomenon, ଏହାର ମୂଲ୍ୟ କ'ଣ ? ଏହାର (functional value) ଅଛି କିନ୍ତୁ ପବିତ୍ରତା ବା ଦିବ୍ୟତା କୌଣସି ସ୍କେଲରେ ନାହିଁ।
ମସ୍ତିଷ୍କର କାମ- environmental modeling,
ନିର୍ଣ୍ଣୟ ନେବା ଓ
ଜୀବିତ ରଖିବା।
ଅହଙ୍କାର ଏହାର (UI) User interface ଅଟେ। UI କୁ ବାହାର କରି ଦେଲେ system ଟି Transcend ହୋଇ ଯାଏ ନାହିଁ।