ପୃଥିବୀରେ ପେଟ୍ରୋଲିୟମ ଥିଲା ବୋଲି ବେଦର ଋଷି ମାନେ ଜାଣି ନଥିଲେ ଅନ୍ୟଥା ତାହାର ଉପଯୋଗ କରିଥାନ୍ତେ ବୋଲି କେହି indology କୁ ଜାଣି ନଥିବା ବ୍ୟକ୍ତି ଆରୋପ କରିପାରେ। ମୁଁ ବେଦକୁ indology ମଧ୍ୟରେ ସୀମିତ କରୁ ନାହିଁ। କାରଣ ବେଦ ଦେଶ, କାଳ ଓ ବ୍ୟକ୍ତିର ନିବନ୍ଧନରୁ ଊର୍ଧ୍ବରେ ଅପୌରୁଷେୟ ଅଟେ। ତେବେ ଆମେ ବିଚାର କରିବା ଯେ ବେଦର ଋଷି ମାନଙ୍କୁ ଭୂଗର୍ଭ ବିଷୟକ ଜ୍ଞାନ ଥିଲା କି ନାହିଁ।
"ମେଦିନୀ" ପୃଥିବୀର ଏକ ପସିଦ୍ଧ ପର୍ଯ୍ୟାୟ ଅଟେ। ମେଦିନୀ ଶବ୍ଦର ରୂଢ଼ ଅର୍ଥ ପୃଥିବୀ ଅଟେ। ଏବେ ଦେଖିବା ବ୍ୟୁତ୍ପତ୍ତିରୁ କଣ ବାହାରୁଛି।
ମେଦୋ ବିଦ୍ୟତେଽସ୍ୟାମ୍ ଇତି ମେଦିନୀ। ଏହି ବ୍ୟୁତ୍ପତ୍ତିର ଅର୍ଥ ହେଲା "ଏହାର ମେଦ ଅଛି ତେଣୁ ଏହା ମେଦିନୀ"। ମେଦ=ବସା ବା ଚର୍ବୀର ପ୍ରାଣୀ ମାନଙ୍କ ପାଖରେ ଥାଏ। ଏହା ପୃଥିବୀକୁ ବିଶେଷିତ କରିବ କିପରି? ବସ୍ତୁତଃ ମେଦସ୍ ଶବ୍ଦ ଏଠାରେ ବ୍ୟଙ୍ଗ୍ୟାର୍ଥ ଅଟେ। ବସା ବା ଚର୍ବି ଯେପରି ସ୍ନେହଯୁକ୍ତ ଓ କାଦୁଆ ବସ୍ତୁ ସେହି ପରି ପେଟ୍ରୋଲିୟମ ଇତ୍ୟାଦି ମଧ୍ୟ ଅଟନ୍ତି। ଭୂଗର୍ଭରେ ଏହା ଥିବାରୁ ପୃଥିବୀର ନାମ ମେଦିନୀ ଅଟେ। ଏହି ଶବ୍ଦ ଭୂଗର୍ଭରେ ଥିବା ପଦାର୍ଥ ସହିତ ସୀଧା ଜଡିତ ଅଟେ। ତେବେ ଋଷି ପେଟ୍ରୋଲିୟମର ଜ୍ଞାନ ସତ୍ତ୍ୱେ ତାହାର ବ୍ୟବହାର କରୁନଥିଲେ କାହିଁକି। ସେମାନଙ୍କ ସମସ୍ତ କର୍ମ ଯଜ୍ଞ ନିୟମରେ ଆବଦ୍ଧ ଥିଲା। ଦେବତାଙ୍କ ଅନୁଗ୍ରହରୁ ଜୀବିକା ଅର୍ଜନ ଧ୍ୟେୟ ଥିଲା। ପ୍ରକୃତିର ଦୋହନ ନୁହେଁ। ବ୍ୟବହାରିକ ଭାବେ ବିଭିନ୍ନ ଧାତୁର ବ୍ୟବହାର ଥିବାର ପ୍ରମାଣ ବେଦ ମନ୍ତ୍ରରେ ମିଳେ। ସେଥିପାଇଁତ ଖନନ ଆଦି କାର୍ଯ୍ୟ ହେଉଥିବା ସୁନିଶ୍ଚିତ କିନ୍ତୁ petroleum ପାଇଁ କାହିଁକି ନୁହେଁ? ବସ୍ତୁତଃ ଭୂଗର୍ଭଜାତ ତୈଳ ଓ ଗ୍ୟାସ ଇତ୍ୟାଦି ଯଜ୍ଞ ପାଇଁ ଅନାବଶ୍ୟକ। ଯଜ୍ଞ ପାଇଁ ଇନ୍ଧନ ଘୃତ ଓ ବନୌଷଧି ଇତ୍ୟାଦି। ସେମାନେ ନିଷ୍ପ୍ରୟୋଜନ ଚେଷ୍ଟା କରି ପେଟ୍ରୋଲିୟମ କାଢି ଥାନ୍ତେ କାହିଁକି। ଏବଂ ପେଟ୍ରୋଲିୟମ ପାଇଁ ଆଜି ମଧ୍ୟ ବିଶ୍ୱ ଯୁଦ୍ଧ ଓ ବିନାଶ ପଥରେ ଅଗ୍ରସର। ଧର୍ମର କାର୍ଯ୍ୟ ଧାରଣ ଓ ରକ୍ଷଣ ଅଟେ। ବିନାଶ ନୁହେଁ। ବେଦ ଅଜ୍ଞାତ ଜ୍ଞାପକ ଅଟନ୍ତି। କାରକ ନୁହନ୍ତି। ତେଣୁ ଭୁଗର୍ଭର ଜ୍ଞାନ ବେଦରେ ଅଛି। ଯାହାର ଆବଶ୍ୟକ ସେ କରୁ। ଆର୍ଷ କର୍ମରେ ପେଟ୍ରୋଲୀୟମ ଅଥବା ସିଲିକନ ଇତ୍ୟାଦିର ଆବଶ୍ୟକତା ନଥିଲା । କେବଳ କୌତୁହଳୀ ହୋଇ ଖନନ ଦ୍ୱାରା ପ୍ରକୃତିର ବିନାଶ ସାଧନ କରିବା ଆଦୌ ଋଷିଙ୍କ ଉଦ୍ଦେଶ୍ୟ ହିଁ ନୁହେଁ।
ତେଣୁ ଏହା ଏକ ବଡ଼ ମୂର୍ଖତା ଯେ ବସ୍ତୁର ଜ୍ଞାନ ପାଇଁ ତାହାର ଉପଲବ୍ଧି ହେବା ଆବଶ୍ୟକ। ଏହା ବିଜ୍ଞାନବିରୋଧୀ ମଧ୍ୟ। Electrons ଇତ୍ୟାଦି ପରମାଣୁର ପ୍ରତ୍ୟକ୍ଷ ଅନୁଭବ ଅସମ୍ଭବ ସତ୍ତ୍ୱେ ବିଜ୍ଞାନରେ ଏହା ଜ୍ଞୈୟପଦାର୍ଥ ଅଟେ। ଏବଂ କୌଣସି ପଦାର୍ଥ ସୀଧା କୌଣସି ଜ୍ଞାନ ସାଧନ ଦ୍ୱାରା ସିଧା ଗୃହୀତ ହୁଏ ନାହିଁ। ସ୍ନାୟୁ ସଙ୍କେତ ଗୁଡିକ ଦ୍ୱାରା ମସ୍ତିସ୍କ ଦ୍ୱାରା ପ୍ରସ୍ତୁତ ମଡେଲ ହିଁ ଉପଲବ୍ଧିର ସ୍ୱରୂପ ଅଟେ। ଏଥିରେ କୌଣସି ନିୟମ ନାହିଁ ଯେ ପ୍ରଥମେ ବସ୍ତୁ ବା ପ୍ରଥମେ ମସ୍ତିସ୍କ ପ୍ରସ୍ତୁତ ମଡେଲ।
ବେଦ ସୃଷ୍ଟିପୂର୍ବର ସନ୍ଦର୍ଭ ମଧ୍ୟ କହେ। ପ୍ରଳୟ ଓ ପ୍ରଳୟୋତ୍ତର ଅବସ୍ଥାର ବର୍ଣ୍ଣନ କରେ। ସେଠାରେ ବସ୍ତୁଉପସ୍ଥିତି ସାପେକ୍ଷ ପ୍ରମାର ଆରୋପ କରିବା ଦୁର୍ବୁଦ୍ଧି ଅଟେ।
ଏତାବତା ଆମେ ସିଦ୍ଧ କରି ସାରିଛୁ ଯେ ଭୂଗର୍ଭରେ ଥିବା ପଦାର୍ଥ ମଧ୍ୟ ଆର୍ଷବୋଧକୁ ଅଲଭ୍ୟ ନୁହେଁ।
ଏଥିରେ etymological overreach ଅଭିଯୋଗ ଆସିପାରିବ ନାହିଁ।
ମେଦସ୍ ଶବ୍ଦକୁ “petroleum = example” ବୋଲି କହିବା ମଧ୍ୟ ଭୂଲ। କାରଣ petroleum ଏକ ଶବ୍ଦ। ତାହା ସଂସ୍କୃତ ନୁହେଁ। ଯେପରି ପ୍ରଶ୍ନ ହେଉଛି ଯେ petroleum କୁ ଋଷି ଜାଣି ନଥିଲେ, ତାହାର ଖଣ୍ଡନ ହିଁ ଲକ୍ଷ୍ୟ ଅଟେ। ମେଦିନୀ ଅନ୍ତର୍ଗତ "ମେଦସ୍" ଶବ୍ଦରେ ପେଟ୍ରୋଲୀୟମ ମଧ୍ୟ ଗତାର୍ଥ ଅଟେ । କାରଣ ପୃଥିବୀ ମଧ୍ୟରେ ଥିବା ଜ୍ଞାତ ମେଦସ୍ ପଦାର୍ଥର petroleum ଏକ ଅଂଶ ମାତ୍ର ଅଟେ। ଏହା ରଚନାର ଉଦ୍ଦେଶ୍ୟ ଅଟେ। ବେଦ ମନ୍ତ୍ରର ଅଧିଭୌତିକ ଅର୍ଥ ମଧ୍ୟ ସିଦ୍ଧ ଅଟେ ହିଁ। ଏହାଦ୍ୱାରା ସ୍ପଷ୍ଟ କହି ହେବ ଯେ 'ମେଦସ୍' ଏକ ଗୁଣବାଚୀ ଶବ୍ଦ ନୁହେଁ। ବସ୍ତୁବାଚୀ ଶବ୍ଦ ଅଟେ। ତଦ୍ବତୀ ଅର୍ଥରେ ମଦବତୀ 'ମେଦିନୀ' ଅଟେ। ମେଦିନୀ ପଦାର୍ଥ ଜ୍ଞାନ ପାଇଁ "ମେଦସ୍" ଜ୍ଞାତ ହେବା ଆବଶ୍ୟକ। ତାହା ଋଷିମାନଙ୍କୁ ଜ୍ଞାତ ଥିବାରୁ ପୃଥିବୀ ପାଇଁ ମେଦିନୀ ଶବ୍ଦର ପ୍ରୟୋଗ ଅଟେ।