କୌଣସି ବସ୍ତୁ ନିଜ ସ୍ୱଭାବରେ "ସ୍ୱତନ୍ତ୍ର ବସ୍ତୁ" ନୁହେଁ। ଦୃଶ୍ୟମାନ ଜଗତ୍ ପର୍ବତ ଶରୀର, ଜଳ ଓ ବୃକ୍ଷ ଇତ୍ୟାଦି ସବୁ molecules ଦ୍ୱାରା ନିର୍ମିତ। ଜଳ ≠ ଜଳ।
ଜଳ = H₂O (ସଂଯୋଜନ ମାତ୍ର)। molecules ବିଚ୍ଛିନ୍ନ ହେବା କ୍ଷଣି ଜଳର ଜଳତ୍ତ୍ୱ ନଷ୍ଟ। କେବଳ Hydrogen + Oxygen। ଜଳର ନାମ-ରୂପ ଆଉ ନାହିଁ। Chemistry ଓ Physics ଅନୁସାରେ ପରମାଣୁ ଠୋସ ପଦାର୍ଥ ନୁହେଁ। ସେଥିରେ 99.999% ରିକ୍ତସ୍ଥାନ (vacuum) ଅଛି। ପରମାଣୁ=Proton, Neutron ଓ Electron। Quantum chemistry ଅନୁସାରେ କଣିକା ଉର୍ଜାର ପ୍ରାୟିକ (probabilistic) ରୂପ ଅଟେ। କୌଣସି ନିଶ୍ଚିତ ସ୍ଥିତି ନାହିଁ । କୌଣସି ସ୍ଥାୟୀ ସ୍ୱରୂପ ମଧ୍ୟ ନାହିଁ। chemistry ଅନୁସାରେ କୌଣସି ବସ୍ତୁ ସ୍ୱରୂପତଃ ସେହି ବସ୍ତୁ ହିଁ ନୁହେଁ। ସଂଯୋଜନ (combination), ପ୍ରତିକ୍ରିୟା ଓ (reaction) ପରିବର୍ତ୍ତନ (transformation) ବସ୍ତୁତତ୍ତ୍ୱ ଅଟେ। ସ୍ଥାୟୀତ୍ୱ (permanence) କେଉଁଠି ହେଲେ ନାହିଁ।
ତେଣୁ ଜଗତ୍ ସତ୍ ନୁହେଁ କାରଣ ଏହା ସ୍ୱରୂପତଃ ପରମାର୍ଥ ନୁହେଁ। ଏହା ଅସତ୍ ମଧ୍ୟ ନୁହେଁ। କାରଣ ବ୍ୟବହାର ଉପଯୋଗୀ ଭାବରେ ଉପଲବ୍ଧ ଅଟେ। 'ସତ୍ + ଅସତ୍' ପରସ୍ପର ବିରୋଧୀର ସହାବସ୍ଥିତି ଅସମ୍ଭବ । ଅତଃ ଜଗତ୍ ସଦସତ୍ ମଧ୍ୟ ନୁହେଁ। ତେଣୁ ଏହା ମିଥ୍ୟା ପଦବାଚ୍ୟ ଅଟେ। "ସୁନା”, “ପାଣି”, “ବୃକ୍ଷ” ଓ ମନୁଷ୍ୟ ଇତ୍ୟାଦି ନାମ ସବୁ ମନୁଷ୍ୟକୃତ। ପ୍ରକୃତିରେ କେବଳ Electron
configuration ଓ
Energy states ବିଦ୍ୟମାନ।
ବେଦାନ୍ତ ଅନୁସାରେ:
ନାମ-ରୂପ ମିଥ୍ୟା ହିଁ ମିଥ୍ୟା ଅଟେ।
ପରିବର୍ତ୍ତନଶୀଳ ବସ୍ତୁର ସ୍ୱରୂପ ମିଥ୍ୟା ଅଟେ। ମିଥ୍ୟା ଅଧିଷ୍ଠାନ-ନିର୍ଭର ଅଟେ।
Chemistry ଅନୁସାରେ: Compound identity ମିଥ୍ୟା।
Reaction ଦ୍ୱାରା identity ନଷ୍ଟ।
Energy / Quantum field ବସ୍ତୁ ବା ପଦାର୍ଥର ଆଧାର।
Quantum mechanics ଅନୁସାରେ :
କଣିକା ନିର୍ଦ୍ଦିଷ୍ଟ ସ୍ଥାନରେ ନାହିଁ - କେବଳ probability wave
Observer effect ଦ୍ୱାରା reality ପ୍ରଭାବିତ
Particle-wave duality - କୌଣସି "ସ୍ୱତନ୍ତ୍ର ସ୍ୱରୂପ" ନାହିଁ
Energy field ହିଁ ମୌଳିକ "ଅଧିଷ୍ଠାନ"
ତେବେ ବିଜ୍ଞାନର ପ୍ରମେୟ ଗୁଡିକ ଦୃଶ୍ୟତ୍ତ୍ୱଅନୁରୋଧରେ ପ୍ରତିଷ୍ଠିତ । ପରମସତ୍ୟର ଅନୁଭବରେ ଦୃଶ୍ୟତ୍ତ୍ୱଅନୁରୋଧ ହେୟ ଅଟେ। ଅତଃ Energy field ମଧ୍ୟ ମିଥ୍ୟା ଅନ୍ତର୍ଗତ ଅଟେ। ଏହା ଭୌତିକକାରଣୀଭୂତ ମିଥ୍ୟାଅଟେ। କାରଣ Energy field ମଧ୍ୟ ଏକ ସୁସ୍ଥିର ଏକକ ନୁହେଁ। ତାହା ମଧ୍ୟ ଅଧିଷ୍ଠାନ ସାପେକ୍ଷ ଅଟେ।
Energy field କାହିଁକି ମିଥ୍ୟା:
1-ସୁସ୍ଥିର ଏକକ ନୁହେଁ:
Quantum field theory ଅନୁସାରେ energy field ନିଜେ fluctuation, vibration, ଓ transformation ଦ୍ୱାରା ଚରିତ୍ରିତ। ସ୍ଥାୟୀତ୍ୱ ନାହିଁ।
2-ଅଧିଷ୍ଠାନ-ସାପେକ୍ଷ:
Energy field କାହାର ଅଧିଷ୍ଠାନରେ ଅଛି? ଯଦି ସେ ନିଜେ fundamental ହୋଇଥାନ୍ତା, ତେବେ କାହିଁକି quantum vacuum fluctuation? କାହିଁକି uncertainty principle?
3-Measurement-dependent: Energy states, wave functions - ସବୁ observation ଓ measurement framework ଉପରେ ନିର୍ଭରଶୀଳ।